Skip Ribbon Commands
Skip to main content

ଇଣ୍ଟରଭ୍ୟୁ: ଟାନ୍ ଟିନ୍ ୱୁଇ ଭାଷା ଡୋମେନ୍ ନାମଗୁଡିକ ପାଇଁ

 

 

ଯଦି ଆପଣ ଜଣେ ହେଉଛନ୍ତି ବ୍ୟକ୍ତି ନିଜ ଭାଷାକୁ ଭଲ ପାଏ, ତେବେ ଆପଣ ପ୍ରଫେସର୍ ଟାନ୍ ଟିନ୍ ୱୁଇଙ୍କୁ ଭୂଲି ପାରିବେ ନାହିଁ । ଏହି ଭାଷା ପ୍ରେମୀ ଯିଏ କାର୍ଯ୍ୟକରନ୍ତି ସିଂଗାପୁରର ରାଷ୍ଟ୍ରୀୟ ବିଶ୍ଵବିଦ୍ୟାଳୟ ଠାରେ (ବାୟୋଇନ୍‌‌ଫୋରମେଟିକସ୍ କେନ୍ଦ୍ର, ବାୟୋକେମିଷ୍ଟ୍ରି ବିଭାଗ, ୟୋଙ୍ଗ ଲୋ ଲିନ୍ ସ୍କୁଲ୍ ଅଫ୍ ମେଡିସିନ୍) ଭାଷାଗୁଡିକ ପାଇଁ ଚମତ୍କାର ଆଣିଛନ୍ତି, ସ୍ଵତନ୍ତ୍ର ଭାବରେ ଇଣ୍ଟର୍ନେଟ୍‌ରେ ଭାରତୀୟ ଭାଷାଗୁଡିକ ପାଇଁ ।

 

ତାଙ୍କ ନେତୃତ୍ଵରେ, ସିଙ୍ଗାପୋର 1994 ରେ ପ୍ରଥମ ଚିନୀୟ ୱେବ୍‌‌ସାଇଟ୍ ପ୍ରସ୍ତୁତ କରିଥିଲା, 1995 ରେ ତାମିଲ୍ ସ୍କ୍ରିପ୍ଟରେ ପ୍ରଥମେ ତାମିଲ୍ ୱେବ୍ ସାଇଟ୍ ହୋଇଥିଲା, ଏବଂ ଏକ ବହୁଭାଷୀୟ ୱେବ୍ ସାଇଟ୍ 1996 ରେ । କିନ୍ତୁ ଭାଷା ପାଇଁ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଦାନ ହେଉଛି ‘ଇଣ୍ଟର୍ନେସନାଲ୍ ଡୋମେନ୍ ନାମ’ (IDN) ଯାହା ସହିତ ଭାଷାଗୁଡିକ ଡୋମେନ୍ ନାମଗୁଡିକରେ ଟାଇପ୍ ହେବା ପାଇଁ ବ୍ୟବହୃତ ହୋଇପାରିବ । ସେ ନିକଟରେ କୋଏମ୍‌ବଟୁର୍ ଠାରେ ଆୟୋଜିତ ହୋଇଥିବା ୱାର୍ଲ୍ଡ କ୍ଲାସିକାଲ୍ ତାମିଲ୍ କଗ୍ରେସ୍‌ର 9ବମ ତାମିଲ୍ ଇଣ୍ଟର୍ନେଟ୍ କନ୍‌ଫରେନ୍ସ ସମୟରେ ତାମିଲ୍‌ନାଡୁ ସରକାରଙ୍କ ଦ୍ଵାରା ‘ତାମିଲ୍ ଇଣ୍ଟର୍ନେଟ୍ ଫ୍ରଣ୍ଟିନର୍ ପୁରସ୍କାର’ ପ୍ରଦାନ କରାଯାଇଥିଲା ।

 

ଏହା ଭାଷାଇଣ୍ଡିଆ ପାଇଁ ଏକ ସମ୍ମାନଜନକ କ୍ଷଣ ଥିଲା ଯେତେବେଳେ ଟାନ୍ ଟିନ୍ ୱୁଇ ଇତିହାସ, ଅନ୍ତଃରାଷ୍ଟ୍ରିୟକରଣ ଡୋମେନ୍ ନାମଗୁଡିକର ସ୍କୋପ୍ ଏବଂ ପ୍ରଗତି ସମ୍ଵନ୍ଧରେ ଏବଂ ଭାଷା କମ୍ପ୍ୟୁଟିଂ ପାଇଁ ସ୍ଵତନ୍ତ୍ର ଭାବରେ ଇଣ୍ଟର୍ଭ୍ୟୁ ପାଇଁ ଅନୁମତି କରିଥିଲେ । ନିମ୍ନରେ ତାଙ୍କ ଇଣ୍ଟର୍ଭ୍ୟୁର ବାର୍ତ୍ତା ପ୍ରଦାନ କରାଗଲା -  

 
ପ୍ରଶ୍ନ: ପ୍ରଫେସର୍ ଟାନ୍ ଟିନ୍ ୱୁଇ ଆପଣଙ୍କ ସହିତ କଥାବାର୍ତ୍ତା ହେବାର ସୁଯୋଗ ପାଇଥିବା ଯୋଗୁଁ ଭାଷାଇଣ୍ଡିଆ ଅତ୍ୟନ୍ତ ଖୁସୀ ଅନୁଭବ କରୁଛି । ଆପଣ ଦୟାକରି ‘ଇଣ୍ଟର୍ନେସନାଲାଇଜଡ୍ ଡିମେନ୍ ନାମ’ ର ଉଦ୍ଦେଶ୍ୟ ସମ୍ଵନ୍ଧରେ ଆମକୁ କିଛି କହିବେ କି?

 

ଉତ୍ତର: ଇଣ୍ଟର୍ନେସନାଲାଇଜଡ୍ ଡୋମେନ୍ ନେମସ୍ (IDN) ଆପଣଙ୍କୁ ସାମର୍ଥ୍ୟ କରାଉଛି ଏକ ଡୋମେନ୍ ନାମ ଯାହା ସମାନ ଭାଷାରେ ଦର୍ଶାଯାଇଛି ଯେପରିକି ଆପଣଙ୍କର ଅଣ-ଇଂରାଜୀ (ହିନ୍ଦୀ, ତାମିଲ୍ କିମ୍ଵା ଯେକୌଣସି ଭାଷା) ୱେବ୍‌ସାଇଟ୍ । ଏହା ଅର୍ଥ, ଆପଣ ଇଂରାଜୀ (ଲାଟିନ୍) ଡୋମେନ୍ ନାମଗୁଡିକର ସ୍ଥାନରେ ଅଣ -ASCII ବର୍ଣ୍ଣଗୁଡିକକୁ ବ୍ୟବହାର କରିପାରିବେ ।

 

‘ଇଣ୍ଟର୍ନେସନାଲାଇଜଡ୍ ଡୋମେନ୍ ନାମ’, ଉଦ୍ଦେଶ୍ୟ ସମ୍ଵନ୍ଧରେ ଜାଣିବା ପୂର୍ବରୁ, ଚାଲନ୍ତୁ ଜାଣିବା ‘ଡୋମେନ୍ ନାମ’ ର ଉଦ୍ଦେଶ୍ୟ । ଏକ ଡୋମେନ୍ ନାମ ସ୍ଵତନ୍ତ୍ର ଭାବରେ ଚିହ୍ନଟ କରୁଛି ଏକ ଇଣ୍ଟର୍ନେଟ୍ ପ୍ରୋଟୋକଲ୍ (IP) ଉତ୍ସ ଯେପରି କି ଏକ ୱେବ୍ ସାଇଟ୍ ଇଣ୍ଟର୍ନେଟ୍ ଠାରେ । ଡୋମେନ୍‌ଗୁଡିକ ଡୋମେନ୍ ନେମ୍ ସିଷ୍ଟମ୍ (DNS) ଉପରେ ଆଧାରିତ । ଡୋମେନ୍ ନାମର ଗୁରୁତ୍ଵପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ସଂଖ୍ୟକୃତ ଠିକଣା ୱେବ୍‌ସାଇଟ୍‌କୁ ସହଜରେ ମନେରଖି ହେଉଥିବା ଏବଂ ଚିହ୍ନଟ ହେଉଥିବା ନାମଗୁଡିକ ପ୍ରଦାନ କରିବା । ମାର୍ଚ୍ଚ 15, 1020 ସୁଦ୍ଧା 84 ମିଲିୟନ୍ ଡୋମେନ୍ ନାମଗୁଡିକ ରହିଥିଲା! କିନ୍ତୁ ଦୁର୍ଭାଗ୍ୟ ବସତଃ, ସମସ୍ତଙ୍କୁ ୱେବ୍‌ସାଇଟ୍ ପ୍ରବେଶ ପାଇଁ ଲାଟିନ୍ ବର୍ଣ୍ଣଗୁଡିକକୁ ବ୍ୟବହାର କରିବାକୁ ପଡୁଥିଲା!

 

ପ୍ରଶ୍ନ: ଡୋମେନ୍ ନାମଗୁଡିକରେ ଆଞ୍ଚଳିକ ଭାଷାଗୁଡିକ ପ୍ରଦାନ କରିବାର କାରଣ କଣ ଥିଲା?

 

ଉତ୍ତର: ଯୁକ୍ତରାଷ୍ଟ୍ରର ଐତିହାସିକ ଡୋମିନେନ୍ସ ପ୍ରାଧିକରଣ ଏବଂ ASCII ବର୍ଣ୍ଣ ନିର୍ଦ୍ଧିଷ୍ଟ ହୋଇଛି ନେଟ୍ ବ୍ୟବହାରକାରୀ ଏକ ନିମ୍ନ ସାଧାରଣ ଡେନୋମିନାଟର୍ ପ୍ରତିବନ୍ଧିତ ଅଣ-ଇଂରାଜୀ ଉପଭୋକ୍ତା । ଇଣ୍ଟର୍ନେଟ୍ ଅଧିକ ଲୋକଙ୍କ ଦ୍ଵାରା ବ୍ୟବହୃତ ହେଉଛି ଯିଏ ଲାଟିନ୍ ଭାଷା ଏବଂ ସ୍କ୍ରିପ୍ଟ ବ୍ୟବହାର କରୁନାହାଁନ୍ତି ତାପରେ ଯିଏ କରୁଛନ୍ତି । କିନ୍ତୁ ଏଥି ପାଇଁ କିଏ ବି ସଜାଗ ନୁହେଁ ।

 

ପ୍ରଶ୍ନ: ତେବେ, କିପରି ଆଞ୍ଚଳିକ ଭାଷା ଡୋମେନ୍ ନାମ ଆରମ୍ଭ ହେଲା?

 

ଉତ୍ତର: ଯେତେବେଳେ ୱେବ୍ ଠିକଣାଗୁଡିକ 90 ଦଶକରେ ଭାଷା ବିଷୟବସ୍ତୁ ସହିତ ଦୃଶ୍ୟଲବ୍ଧ ହେବା ଆରମ୍ଭ ହେଲା, ଆଞ୍ଚଳିକ ଭାଷାର ଡୋମେନ୍ ନାମ ଦାବି ବୃଦ୍ଧି ହେଲା । ତେଣୁ, କିଛି ଭାଷା ପ୍ରେମୀ ‘ଇଣ୍ଟର୍ନେସନାଲାଇଜଡ୍ ଡୋମେନ୍ ନେମ୍’ ପାଇଁ ଦାବୀ ଆରମ୍ଭ କଲେ ।

 

ହାରା ହାରି ବିଶ୍ଵ ଜନ ସଂଖ୍ୟାର 83 ପ୍ରତିଶତ ହେଉଛନ୍ତି ଅଣ-ଇଂରାଜୀ ଭାଷି, ଡୋମେନ୍ ନାମ ତାଙ୍କର ନିଜ ନାମରେ ହେବା ଆବଶ୍ୟକ । ତେଣୁ, IDN ବିଶ୍ଵର ଇଣ୍ଟର୍ନେଟ୍ ଉପଭୋକ୍ତାଗଣଙ୍କର ଗୁରୁତ୍ଵ ପୂର୍ଣ୍ଣତାକୁ ଇଣ୍ଟର୍ନେଟ୍ ବ୍ୟବହାର ଆଣିବା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରଥମ ଷ୍ଟେପ୍ ଥିଲା ଯାହା ଆଞ୍ଚଳିକ ଭାଷାରେ ଇଣ୍ଟର୍ନେଟ୍ ବ୍ୟବହାରର ଆରମ୍ଭ କରିଥିଲା ।

 

ମାର୍ଟିନ୍ ଡୁରଷ୍ଟଙ୍କ ଦ୍ଵାରା ଡିସେମ୍ଵର୍ 1996 ରେ IDN ମୂଳତଃ ଆସିଥିଲା । ମୁଁ ଗର୍ବିତ ଅନୁଭବ କରୁଛି ଯେ ଏହା ମୋ ନେତୃତ୍ଵରେ ପରୀକ୍ଷଣ ଆୟୋଜିତ ହୋଇଥିଲା ଏବଂ ଶେଷରେ IDN ପ୍ରୟୋଗ ହୋଇଥିଲା । ସିଷ୍ଟମ୍ କୁହାଯାଏ ଇଣ୍ଟନେସନାଲାଇଜିଂ ଡୋମେନ୍ ନେମସ୍ ଇନ୍ ଆପ୍ଲିକେସନ୍ (IDNA) ଏକ ମାନାଙ୍କ ଭାବରେ ସ୍ଵୀକାର ହୋଇଥିଲା, ଏବଂ ଅନେକ ଶୀର୍ଷ-ସ୍ତର ଡୋମେନ୍‌ଗୁଡିକରେ ପ୍ରୟୋଗ ହୋଇଥିଲା ।

 

ପ୍ରଶ୍ନ: ବର୍ତ୍ତମାନ ଜଣେ ବ୍ୟକ୍ତି ପଞ୍ଜିକରଣ କରିବାକୁ ଏବଂ ‘ଇଣ୍ଟର୍ନେସନାଲାଇଜଡ୍ ଡୋମେନ୍ ନେମ୍‌ସ’ ବ୍ୟବହାର କରିବା ସମ୍ଭବ କି?

 

ଉତ୍ତର: ଯେପରି କି ମୁଁ ପୂର୍ବରୁ ଦର୍ଶାଇଛି, ଏକ୍ସନ୍ ପ୍ଲାନ୍‌ଗୁଡିକ ଗ୍ରହଣ କରାଯାଇଛି ଏବଂ ବିଶ୍ଵସ୍ତତାର ସହିତ 1998 ଠରୁ ଅନୁସରଣ ହେଉଛି । IDN ସିଷ୍ଟମ୍ ମାନାଙ୍କିତ କରିବାକୁ ଏକ ସଂସ୍ଥା “ଇଣ୍ଟର୍ନେଟ୍ କନସର୍ଟିୟମ୍ ଫର୍ ଆସାଇନଡ୍ ନେମ୍ ଏଣ୍ଡ୍ ନମ୍ଵର୍" (ICANN) ଗଠିତ ହୋଇଛି ।

 

ଲକ୍ଷ ହାସଲ କରିବାକୁ ଏହା 10 ବର୍ଷ ଲାଗିଲା । ଅକ୍ଟୋବର 2009 ରେ, ICANN ଅନୁମୋଦନ କଲା ଇଣ୍ଟନେଟ୍‌ରେ ଇଣ୍ଟନେସନାଲାଇଜଡ୍ କଣ୍ଟ୍ରି କୋଡ୍ ଶୀର୍ଷ-ସ୍ତର ଡୋମେନ୍‌ଗୁଡିକ ଯାହା ବ୍ୟବହୃତ ହେଉଛି IDNA ମାନାଙ୍କ ସ୍ଥାନୀୟ ଭାଷା ଷ୍କ୍ରିପ୍ଟଗୁଡିକ ପାଇଁ । ମଇ 2010ରେ ଦେଶ କୋଡ୍ ଶୀର୍ଷ-ସ୍ତର ଡୋମେନ୍‌ଗୁଡିକ DNS ମୂଳ ଜୋନ୍‌ରେ ସଂସ୍ଥାପିତ ହୋଇଛି ।

 

ବର୍ତ୍ତମାନ, କମ୍ପାନୀଗୁଡିକ ଯେପରି କି i-DNS.net ସାମର୍ଥ୍ୟ କରୁଛି ଡୋମେନ୍ ନାମ ପଞ୍ଜିକରଣ 60 ଟି ଭାଷାଠାରେ ଅଧିକ ପାଇଁ । ଏହି ତାଲିକା ଶୀଘ୍ର ବିସ୍ତୃତ ହେବ ।

 

ପ୍ରଶ୍ନ: ଏହା ଅତି ଉତ୍ତମ! ତେଣୁ, ଆମେ ହିନ୍ଦୀ, ତାମିଲ୍ ଏବଂ ମାଲାୟଲମ୍ ଡୋମେନ୍ ନାମଗୁଡିକ ଶୀଘ୍ର ଆଶା କରିପାରିବା ଲୋକଙ୍କ ଦ୍ଵାରା ବ୍ୟବହାର ପାଇଁ. କିନ୍ତୁ, କିପରି ଭାଷା କମ୍ପ୍ୟୁଟିଂ ଇଣ୍ଟର୍ନେଟ୍ ଡୋମେନ୍ ନାମଗୁଡିକ ଭାଷାଗୁଡିକରେ ଆଣିବା ଉପକାର ହେବ?

 

ଉତ୍ତର: ଭାଷା କମ୍ପ୍ୟୁଟିଂର ମୂଳ ଲକ୍ଷ ହେଉଛି ଲୋକଙ୍କ ପାଖକୁ କମ୍ପ୍ୟୁଟର ଉପକାର ଆଣିପାରିବା । ପ୍ରତ୍ୟେକ ମାନବ ତାର ନିଜର ମୂଳ ଭାଷାରେ ଇଣ୍ଟର୍ନେଟ୍ ବ୍ୟବହାର କରିବାର ଅଧିକାର ରହିଛି । ଥରେ ଜଣେ ଏହି ଅଧିକାର କିମ୍ଵା ସୁଯୋଗ ପ୍ରଦାନ କରିଥିଲେ ସୂଚନା ଭାଷା ଧାରକଗୁଡିକ ପାଇଁ ସେ ଅଧିକ ଅନ୍ତଃ ଏବଂ ପ୍ରଗତିଶୀଳ ଅଧିବାସୀ ହୋଇପାରିବେ, ଏବଂ ଜଣେ ଗ୍ରାହକ ସମସ୍ତ କିଛିର ସ୍ଵତନ୍ତ୍ର ଭାବରେ ସୂଚନା ଏବଂ ଜ୍ଞାନ ଆହରଣ କରିପାରିବେ । ଏହା  ହେଉଛି ଏକ ଉତ୍ତମ ଉପକାର ଯାହା IDN ପ୍ରଦାନ କରିବ ।

 

ବିଶ୍ଵର ଅଧିକାଶଂ ଜନସଂଖ୍ୟା ଇଂରାଜୀ ଭାଷା ସହିତ ପରିଚିତ ନୁହଁନ୍ତି । ସର୍ବନିମ୍ନ ଇଂରାଜୀ ଭାଷା ବିନା, ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଜଣେ ବ୍ୟକ୍ତିଙ୍କ ପାଇଁ ନେଟ୍‌ରେ ଉତ୍ସ ପ୍ରବେଶ କରିବା କଷ୍ଟକର ଅଟେ । ଏହା ସତ୍ୟ ଅଟେ ଯେ ଆଞ୍ଚଳିକ ଭାଷା ନେଟ୍‌ରେ ରହିଛି । କିନ୍ତୁ, କିପରି ଜଣେ ଏହା ପାଇପାରିବ? ବିନା ଇଂରାଜୀ ଜ୍ଞାନରେ, ସେ ଡୋମେନ୍ ନାମ (ୱେବ୍‌ସାଇଟ୍ ଠିକଣା) ଟାଇପ୍ କରିପାରିବେ ନାହିଁ । ଥରେ ଆମେ ଏହି ପ୍ରତିବନ୍ଧକ ହଟାଇଲେ, ସମ୍ପୁର୍ଣ୍ଣ ଜନସଂଖ୍ୟା ନେଟ୍‌ର ଉପକାରରକୁ ଉପଭୋଗ ଏବଂ ପ୍ରବେଶ କରିବା ଆରମ୍ଭ କରିପାରିବେ । ସେମାନେ ନେଟ୍‌ରେ ସେମାନଙ୍କର ଭାଷା ବୃଦ୍ଧି କରିବାକୁ ଆରମ୍ଭ କରିବେ । ଏହି ପରି ଭାବରେ, IDN ଭାଷା କମ୍ପ୍ୟୁଟିଂ କ୍ଷେତ୍ରରେ ସହାୟତା କରିବାକୁ ଯାଉଛି ।

 

ପ୍ରଶ୍ନ: ଯେପରି କି ASCII କିମ୍ଵା ଲାଟିନ୍ ଆଧାରିତ ଡୋମେନ୍ ନାମ, ଇ-ମେଲ୍ ଆଇଡି ମଧ୍ୟ ଅନ୍ୟ ପ୍ରତିବନ୍ଧକ ରହିଛି ଅଣ-ଇଂରାଜୀ ଲୋକଙ୍କ ପାଇଁ । ସେମାନେ କେତେବେଳେ ସେମାନଙ୍କର ନିଜ ଭାଷାରେ ଇ-ମେଲ୍ ଆଇଡି ପାଇ ପାରିବେ?

 

ଉତ୍ତର: ନିକଟରେ ICANN ଅନୁମୋଦନ କରିଛି ଶୀର୍ଷ ସ୍ତରରେ IDN ର ଉନ୍ମୋଚନ ପାଇଁ. ଏହା ଇ-ମେଲ୍ ଠିକଣାଗୁଡିକରେ କେବଳ-ଇଂରାଜୀର ପ୍ରତିବନ୍ଧତାକୁ ହଟାଇଛି । ତେଣୁ, ଉପଭୋକ୍ତାଗଣ ବର୍ତ୍ତମାନ ସେମାନଙ୍କର ନିଜ ଭାଷାରେ ଇ-ମେଲ୍ ଆଇଡି ପ୍ରାପ୍ତ କରିପାରିବେ ।

 

ପ୍ରଶ୍ନ: ଯେପରିକି ଆପଣ ଜାଣିଥିବେ, ଭାଷାଇଣ୍ଡିଆ ଏହି ନିକଟରେ ତାହାର ପୋର୍ଟାଲ୍‌ରେ ଇଂରାଜୀ ଏବଂ ଗୁରୁତ୍ଵପୂର୍ଣ୍ଣ ଭାରତୀୟ ଭାଷାଗୁଡିକର ଭାଷା କମ୍ପ୍ୟୁଟିଂ ସମ୍ଵନ୍ଧରେ ସୂଚନାମୂଳକ ବିଷୟବସ୍ତୁ ପ୍ରଦାନ କରୁଛି । ଭାଷା କମ୍ପ୍ୟୁଟିଂ ପ୍ରେମୀ ଏବଂ ବିଶେଷଜ୍ଞ ଭାବରେ, ଆପଣ ଭାରତୀୟ ଭାଷା କମ୍ପ୍ୟୁଟିଂରେ ଭାଷାଇଣ୍ଡିଆର ଅବଦାନକୁ ଆପଣ କିପରି ମୂଲ୍ୟାଙ୍କନ କରିବେ? ଆପଣଙ୍କର କୌଣସି ମତାମତ ଅଛି କି?

 

ଉତ୍ତର: ମୁଁ ଭାଷାଇଣ୍ଡିଆ ଦେଖିଛି ଏବଂ ମୁଁ ଭାରତୀୟ ଭାଷାଗୁଡିକ ପାଇଁ ଆବଶ୍ୟକ ଥିବା ସମୟରେ ଅନୁସରଣ କରିଛି । ନିକଟରେ, ମୁଁ ପଠନ କରିଛି ମିଷ୍ଟର. ମାନିଆମ’ଙ୍କ (i-DNS.net ଇଣ୍ଟର୍ନେସନାଲ Inc) ଇଣ୍ଟର୍ଭ୍ୟୁ ଭାଷାଇଣ୍ଡିଆରେ 'ଇଣ୍ଟର୍ନେସନାଲାଇଜଡ୍ ଡୋମେନ୍ ନାମ'. ଭାଷାଇଣ୍ଡିଆର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ।

 

ମୋ ମତାମତ ହେଉଛି ଏହାକୁ ଅଧିକ ଆକର୍ଷଣୀୟ ଉତ୍ସ କେନ୍ଦ୍ର ଭାବରେ ପ୍ରସ୍ତୁତ କରିବା । ସାଧାରଣ ଲୋକମାନେ ଆସନ୍ତୁ ଏବଂ ଜାଣିବାକୁ ପାଆନ୍ତୁ ଯେ କମ୍ପ୍ୟୁଟର ହେଉଛି ତାଙ୍କ ପାଇଁ ମଧ୍ୟ । ଦୟାକରି ନିଶ୍ଚିତ ହୁଅନ୍ତୁ ଯେ ଆପଣଙ୍କର ବିଷୟବସ୍ତୁ ସରଳ ଏବଂ ସାଧାରଣ ଭାଷାରେ ରହିବା ଆବଶ୍ୟକ । ଲୋକଙ୍କୁ ସୂଚନା ପ୍ରଯ୍ୟୁକ୍ତିର ଅସୀମିତ ଆବଶ୍ୟକତା ସମ୍ଵନ୍ଧରେ ସଚେତନ କରାନ୍ତୁ । ଦୟାକରି ସେମାନଙ୍କୁ ଜଣାନ୍ତୁ ଯେ ଇଂରାଜୀ ଯୋଗୁଁ ଭୟ କରନ୍ତୁ ନାହିଁ ଯେପରିକି ଆଞ୍ଚଳିକ ଭାଷାଗୁଡିକ ମଧ୍ୟ ଉପଲବ୍ଧ ।

This site uses Unicode and Open Type fonts for Indic Languages. Powered by Microsoft SharePoint
©2017 Microsoft Corporation. All rights reserved.