Skip Ribbon Commands
Skip to main content

​​​​​​​​​​

​​

ୱିଣ୍ଡୋସ 10 ପ୍ରସ୍ଥାନ ପୂର୍ବଦୃଶ୍ୟ ପାଇଁ ରିମୋଟ ଡେସ୍କଟପ


ମୁଁ ପ୍ରଥମେ ଆପଣମାନଙ୍କୁ ଅନେକ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ଆମର ମାଇକ୍ରୋସଫ୍ଟ ୱିଣ୍ଡୋସ 10 ପାଇଁ ରିମୋଟ ଡେସ୍କଟପ ପୂର୍ବଦୃଶ୍ୟ କ୍ଲାଏଣ୍ଟ ସ୍ଥାପନ କରିଛନ୍ତି ଏବଂ ଆମପାଖକୁ ମୂଲ୍ୟବାନ ମତାମତ ପଠାଇଛନ୍ତି।

କିଛି ମାସ ମୂଖ୍ୟ ବିଶେଷତା ସେଟ ଉପରେ କାମ କରିସାରିବା ପରେ, ଆମେ ସେହି ଏପକୁ ପୃର୍ବଦୃଶ୍ୟରୁ ବାହାର କରି ୱିଣ୍ଡୋସ 10 ଉପକରଣକୁ ଆଣିବା ପାଇଁ ଉତ୍ସାହିତ ଅଛୁ, ତାହା ଡେସ୍କଟପ, ଟ୍ୟାବଲେଟ, ଫୋନ କିମ୍ବା ଫୋନ ପାଇଁ ସ୍ନାତକ ଯାହା ହୋଇଥିଲେ ମଧ୍ଯ ଏହି ମହାନ ଅଭିଜ୍ଞତାରୁ ଲାଭପ୍ରଦ ହେବ।

ଯେହେତୁ ୱିଣ୍ଡୋସ 10 ଆସିସାରିଛି, ଯଦି ଆପଣ ରିମୋଟ ଡେସ୍କଟପ ଏପକୁ ଷ୍ଟୋରରୁ ୱିଣ୍ଡୋସ [ଫୋନ] 8.1 ଏପ ବ୍ୟବହାର କରି ସ୍ଥାପନ କରନ୍ତି। ଆମର ନୂଆ ୱିଣ୍ଡୋସ 10 ସାର୍ବଜନୀନ ଏପ ଉପଲବ୍ଧ ହୋଇଥାଏ ଯଦି ଆପଣ ମାଇକ୍ରୋସଫ୍ଟ ରିମୋଟ ଡେସ୍କଟପ ପୂର୍ବଦୃଶ୍ୟ ଏପ ସ୍ଥାପନ କରିଥିବେ। ଯେହେତୁ ଆମେ ପ୍ରାରମ୍ଭିକ ପୂର୍ବଦୃଶ୍ୟ ସ୍ଥିତିରୁ ପ୍ରସ୍ଥାନ କରୁଛୁ, ତେଣୁ ଆମେ ଉଭୟ ୱିଣ୍ଡୋସ 10 ଏବଂ ୱିଣ୍ଡୋସ 10 ମୋବାଇଲ ଚଲାଉଥିବା ରିମୋଟ ଡେସ୍କଟପ ନାମ ଅନ୍ତର୍ଗତରୁ 8.1 ସଂସ୍କରଣକୁ ଦଳାଇବା ପାଇଁ ସାର୍ବଜନୀନ ଏପ ଦିଗରେ ଆଗଉଛୁ।

ୱିଣ୍ଡୋସ 10 ସଂସ୍କରଣଟି ପୂର୍ବ କିଛି ସପ୍ତାହରେ ବ୍ୟବହାରକାରୀ ସଂଖ୍ୟାରେ ବୃଦ୍ଧି ଆଣିଛି ତେଣୁ ଏହା ହୋଇପାରେ ଆପଣ ସେହି ଅଦ୍ୟତିତ ଏପକୁ ଦେଖିନପାରନ୍ତି ଯଦିଚ ଆପଣ ଏହି ବ୍ଲଗକୁ ପଢ଼ୁଛନ୍ତି। ଯଦି ଆପଣ ପୂର୍ବରୁ ସ୍ଥାପନ କରିନାହାନ୍ତି, ତେବେ ଏହି ଏପଟି ଷ୍ଟୋରରେ ରିମୋଟ ଡେସ୍କଟପ ନାମରେ ସନ୍ଧାନ କରି ଉପଲବ୍ଧ କରିପାରିବେ।

ଉନ୍ନୟନ ସମୟରେ, ଆପଣ ନିମ୍ନଲିଖିତକୁ ଆଶାକରିବା ଉଚିତ:

  • ଡେସ୍କଟପ ସଂଯୋଗଗୁଡ଼ିକ ସଂରକ୍ଷିତ
  • ବ୍ୟବହାରକାରୀ ନାମଗୁଡ଼ିକ ସଂରକ୍ଷିତ
  • ପ୍ରବେଶ ସଂକେତଗୁଡ଼ିକୁ ପୁଣିଥରେ ଦେବାକୁ ହେବ
  • ଗେଟୱେଗୁଡ଼ିକ ସଂରକ୍ଷିତ
  • ରିମୋଟ ଉତ୍ସଗୁଡ଼ିକର URL ଗୁଡ଼ିକ ୱିଣ୍ଡୋସ ଫୋନ 8.1 ରୁ ସଂରକ୍ଷିତ କରିଯାଇଛି କିନ୍ତୁ ନୂଆକରି ସାଇନ ଇନ ଆବଶ୍ୟକ
  • ରିମୋଟ ଉତ୍ସଗୁଡ଼ିକୁ ୱିଣ୍ଡୋସ ଫୋନ 8.1 ରୁ ସଂରକ୍ଷିତ କରିଯାଇ ନାହିଁ ଏବଂ ପୁଣିଥରେ ଯୋଡ଼ିବା ଆବଶ୍ୟକ
  • କିଛି ସାଧାରଣ ସେଟିଙ୍ଗଗୁଡ଼ିକୁ ସଂରକ୍ଷିତ କରାଯାଇଛି

ସେହି ଏପ୍ ର ୱିଣ୍ଡୋସ 8.1 ସଂସ୍କରଣରେ ଉପଲବ୍ଧ କିଛି ବିଶେଷତା ଏପର୍ଯ୍ୟନ୍ତ ୱିଣ୍ଡୋସ 10 ସଂସ୍କରଣକୁ ଆସିନାହିଁ। କେଉଁ ବିଶେଷତାଗୁଡ଼ିକ ଆପଣଙ୍କ ପାଇଁ ଅତ୍ୟାବଶ୍ୟକୀୟ ତାହା ବିଷୟରେ ଆମେ ଆପଣଙ୍କର ମତାମତ ପାଇଲେ ଖୁସି ହେବୁ ଯେହେତୁ ତାହା ଆମକୁ ଭବିଷ୍ୟତ ଅଦ୍ୟତନ ଯୋଜନାରେ ସହାୟକ ହେବ।

ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନଥିବା ବିଶେଷତାଗୁଡ଼ିକର ଏକ ତାଲିକା:

  • ଏକ ସମୟରେ ଆସିଥିବା ଏକାଧିକ ସଂଯୋଗଗୁଡ଼ିକ
  • ସକ୍ରିୟ ବିଭେଦନ ଏବଂ ଆବର୍ତ୍ତନ
  • ପ୍ରିଣ୍ଟର ଦିଗପରିବର୍ତ୍ତନ
  • ସ୍ମାର୍ଟକାର୍ଡ ଦିଗପରିବର୍ତ୍ତନ
  • ମାଇକ୍ରୋଫୋନ ସହାୟତା
  • ଅନୁବାଦିତ ଏପ (ବର୍ତ୍ତମାନ କେବଳ ଇଂରାଜୀରେ)

ଯଦି ଏହି ବିଶେଷତାଗୁଡ଼ିକ ଆପଣଙ୍କ ପାଇଁ ଗୁରୁତର ହୋଇଥାଏ, ତେବେ ପରାମର୍ଶ ଦିଆଯାଇଥାଏ କି ଆପଣ ରିମୋଟ ଡେସ୍କଟପ ସଂଯୋଗ ଏପ (MSTSC) କୁ ବ୍ୟବହାର କରନ୍ତୁ ଯାହାକି ୱିଣ୍ଡୋସ ସହିତ ଆସିଥାଏ।

ପୂର୍ବଦୃଶ୍ୟରୁ ପ୍ରସ୍ଥାନ କରିବା ଅର୍ଥ ନୁହଁ ଯେ ଆମ କାମ ସମାପ୍ତ ହୋଇଛି, କିନ୍ତୁ ଏହାର ଓଲଟା ଅଟେ। ଆମେ ପୂର୍ବରୁ କିଛି ବିଶେଷତା ଉପରେ କାମ କରୁଅଛୁ ଏବଂ ଷ୍ଟୋର ଟିପ୍ପଣୀଗୁଡ଼ିକୁ ଦେଖୁଥିବୁ ଏବଂ ଆମର ବିଶେଷତା ଅନୁରୋଧ ସାଇଟ ଆମକୁ ପରବର୍ତ୍ତୀ ବିଶେଷତା ସେଟ ନିର୍ଦ୍ଧାରଣ କରିବାରେ ସହାୟକ ହୋଇଥାଏ ଏବଂ ଆପଣ ସେହି ଏପ ପାଇଁ ନିୟମିତ ଅଦ୍ୟତନ ପାଇପାରିବେ।

ମୁଁ କିପରି ସେହି ଏପ ମୂଖ୍ୟ ସଂସ୍କରଣ ପାଇପାରିବି?

ସେହି ଏପ ର ପୂର୍ବଦୃଶ୍ୟ ନଥିବା ସଂସ୍କରଣଟି ଷ୍ଟୋରରେ ରିମୋଟ ଡେସ୍କଟପ ନାମରେ ଉପଲବ୍ଧ। ଯଦି ଆପଣ ୱିଣ୍ଡୋ 10 ଉପରେ ପୂର୍ବରୁ ଏପ୍ ର ୱିଣ୍ଡୋସ 8.1 ଅଥବା ୱିଣ୍ଡୋସ ଫୋନ 8.1 ସଂସ୍କରଣ ବ୍ୟବହାର କରୁଛନ୍ତି, ଏବଂ ଆପଣଙ୍କ ଉପକରଣକୁ ରୋଲଆଉଟ ପ୍ରକ୍ରିୟା ମାଧ୍ଯମରେ ଉନ୍ନୟନ ପାଇଁ ବଛାଗଲେ ଆପଣଙ୍କୁ ସ୍ୱୟଂଚାଳିତ ଭାବରେ ସ୍ଥାପିତ ଏପ୍ଲିକେସନଗୁଡ଼ିକୁ ଅଦ୍ୟତନ କରିବା ସମୟରେ ଏପ୍ ର ୱିଣ୍ଡୋସ 10 ସଂସ୍କରଣକୁ ଉନ୍ନୟନ କରିଦିଆଯିବ।

ଯଦି ଆପଣ କେବଳ ମାଇକ୍ରୋସଫ୍ଟ ରିମୋଟ ଡେସ୍କଟପ ପୂର୍ବଦୃଶ୍ୟ ବ୍ୟବହାର କରୁଛନ୍ତି ଅଥବା ଯଦି ଆପଣ ରିମୋଟ ଡେସ୍କଟପ କ୍ଷେତ୍ରରେ ନୂଆ ହୋଇଥାନ୍ତି, ତେବେ ଷ୍ଟୋରକୁ ଯାଆନ୍ତୁ ଏବଂ ଆଜିହିଁ ସେହି ଏପକୁ ଆହରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ।

ଷ୍ଟୋରରେ ଏପର୍ଯ୍ୟନ୍ତ କଣପାଇଁ ସେହି ପୂର୍ବଦୃଶ୍ୟ ଉପଲବ୍ଧ ଅଛି?

ସେହି ଏପର ୱିଣ୍ଡୋସ 10 ସଂସ୍କରଣ ପାଇଁ ପ୍ରାରମ୍ଭିକ ପୂର୍ବଦୃଶ୍ୟ ଅବଧି ସମାପ୍ତ ହୋଇଛି, ଆପଣ ଷ୍ଟୋରରେ ଦୁଇଟି ଏପ ଦେଖିପାରିବେ: ରିମୋଟ ଡେସ୍କଟପ ଏବଂ ମାଇକ୍ରୋସଫ୍ଟ ରିମୋଟ ଡେସ୍କଟପ ପୂର୍ବଦୃଶ୍ୟ।

ଯଦି ଆପଣ ନିଜର ଦୈନନ୍ଦିନ ଆବଶ୍ୟକତା ପାଇଁ ସେହି ଏପକୁ ବ୍ୟବହାର କରିବା ପାଇଁ ଚାହୁଁଛନ୍ତି, ତେବେ ରିମୋଟ ଡେସ୍କଟପ ସଂସ୍କରଣ ସ୍ଥାପନ ପାଇଁ ପରାମର୍ଶ ଦିଆଯାଇଥାଏ। ଏହି ଏପରେ ମନ୍ଥର ଅଦ୍ୟତନ ଏବଂ ସର୍ବନିମ୍ନ ବିପଦ ଥାଏ।

ତଥାପି, ଯଦି ଆପଣ ପୂର୍ବ-ପ୍ରକାଶନ ସଫ୍ଟୱେର ବ୍ୟବହାର କରିବାକୁ ଭଲ ପାଆନ୍ତି ଯେଉଁଥିରେ ହୁଏତ ଅନେକ ତୃଟି ଏବଂ କ୍ରାସ ଥାଇପାରେ, ଅନ୍ୟମାନଙ୍କ ଅପେକ୍ଷା ଆଗରୁ ନୂଆ ବିଶେଷତା ପ୍ରତି ପ୍ରବେଶାନୁମତି ପାଇ ଏବଂ ମତାମତ ପ୍ରଦାନ କରନ୍ତୁ ଯାହାଫଳରେ ଏହା ସମସ୍ତଙ୍କ ପାଇଁ ଉତ୍ତମ ଉତ୍ପାଦନ ପାଇବାରେ ସହାୟକ ହେବ, ତାପରେ ମାଇକ୍ରୋସଫ୍ଟ ରିମୋଟ ଡେସ୍କଟପ ପୂର୍ବଦୃଶ୍ୟ ଟି ଆପଣଙ୍କ ପାଇଁ ଅଟେ।

ଉଭୟ ଏପକୁ ପାଖା ପାଖି ସ୍ଥାପନ କରିହେବ।

ରିମୋଟ ଡେସ୍କଟପ କ୍ଲାଏଣ୍ଟଟି ୱିଣ୍ଡୋସ ଫୋନ 8.1,  ୱିଣ୍ଡୋସ 8.1, iOS, Mac OS X, ଏବଂ ଏଣ୍ଡ୍ରୋଏଡ ଚାଲୁଥିବା ଆପଣଙ୍କର ଅନ୍ୟ ଉପକରଣରେ ମଧ୍ଯ ଉପଲବ୍ଧ।​


​​​​​​​​​​​​​​
This site uses Unicode and Open Type fonts for Indic Languages. Powered by Microsoft SharePoint 2013.
©2016 Microsoft Corporation. All rights reserved.