Skip Ribbon Commands
Skip to main content

​​​​​​​​​​

​​

ନିବେଶ ପଦ୍ଧତି ସମ୍ପାଦକଗୁଡ଼ିକର ସ୍ଥାପନ ଏବଂ ବ୍ୟବହାର


ଏହି ପତ୍ରିକାଟି ଆପଣଙ୍କୁ ମାନ୍ୟତାପ୍ରାପ୍ତ ୱିଣ୍ଡୋସ ନିବେଶ ପଦ୍ଧତି ସମ୍ପାଦକ (IME) କୁ କିପରି ସ୍ଥାପନ କରି ବ୍ୟବହାର କରିବେ ତାହା ଶିଖାଇଥାଏ।

ଏକ ନିବେଶ ପଦ୍ଧତି ସମ୍ପାଦକର ସ୍ଥାପନ

ଜଟିଳ ବର୍ଣ୍ଣମାଳାକୁ ବିଭିନ୍ନ ପୂର୍ବ ଏସିଆ ଭାଷାଗୁଡ଼ିକରେ ଲେଖିବା ପାଇଁ ନିବେଶ ପଦ୍ଧତି ସମ୍ପାଦକଗୁଡ଼ିକୁ (IMEs) କିପରି ସ୍ଥାପନ କରିବେ ଏବଂ ବ୍ୟବହାର କରିବେ ନିମ୍ନଲିଖିତ ବିଭାଗଗୁଡ଼ିକ ତାହା ବର୍ଣ୍ଣନା କରିଥାଏ। ବିଭିନ୍ନ ଭାଷା ସହିତ ଥିବା ଅନ୍ୟାନ୍ୟ ବିଶେଷତାଗୁଡ଼ିକୁ ଆଲୋଚନା କରାଯାଇଥାଏ।

ଏକ ଏପ୍ଲିକେସନରେ ନିବେଶ ପଦ୍ଧତି ସମ୍ପାଦକର (IME) କାର୍ଯ୍ୟକଳାପକୁ ନିୟୋଜିତ କରିବା ପାଇଁ, ଖେଳରେ ନିବେଶ ପଦ୍ଧତି ସମ୍ପାଦକର ବ୍ୟବହାର କୁ ଦେଖନ୍ତୁ।

IME ପୂର୍ବନିର୍ଦ୍ଧାରିତ ଭାବରେ ମାଇକ୍ରୋସଫ୍ଟ ୱିଣ୍ଡୋସ XP ତନ୍ତ୍ରରେ ସ୍ଥାପିତ ହୋଇନଥାଏ। ଏହାକୁ ସ୍ଥାପନ କରିବା ପାଇଁ, ନିମ୍ନଲିଖିତ ପଦକ୍ଷେପଗୁଡ଼ିକୁ ସମ୍ପୂର୍ଣ୍ଣ କରନ୍ତୁ।

Ee418266.wedge(en-us,VS.85).gif

IME ସ୍ଥାପନ କରିବା ପାଇଁ

  1. ନିୟନ୍ତ୍ରଣ ପ୍ୟାନେଲରୁ, ଅଞ୍ଚଳ ଏବଂ ଭାଷା ବିକଳ୍ପକୁ ଖୋଲନ୍ତୁ।
  2. ଭାଷା ଟ୍ୟାବ ଉପରେ, ପୂର୍ବ ଏସିଆନ ଭାଷାଗୁଡ଼ିକର ଚେକବକ୍ସ ପାଇଁ ସ୍ଥାପନ ଫାଇଲଗୁଡ଼ିକୁ ବାଛନ୍ତୁ। 


ଏକ ସ୍ଥାପନ ଅନୁପୂରକ ଭାଷା ସହାୟତା ସଂଳାପ ବାକ୍ସ ଦେଖାଯିବ ଯାହାକି ଆପଣଙ୍କୁ ଭାଷା ଫାଇଲଗୁଡ଼ିକ ପାଇଁ ସଂରକ୍ଷଣ ଆବଶ୍ୟକତାଗୁଡ଼ିକ ବିଷୟରେ ସୂଚନା ଦେଇଥାଏ। 
  1. ସେହି ସଂଳାପ ବାକ୍ସକୁ ବନ୍ଦ କରିବା ପାଇଁ ଠିକଅଛି କ୍ଲିକ କରନ୍ତୁ।
  2. ଭାଷାଗୁଡ଼ିକର ଟ୍ୟାବ ଉପରେ ଠିକ ଅଛି କ୍ଲିକ କରନ୍ତୁ।

ଅନ୍ୟ ଏକ ସଂଳାପ ବାକ୍ସ ଦୃଶ୍ୟମାନ ହୋଇଥାଏ ଯାହାକି ୱିଣ୍ଡୋସ XP ସ୍ଥାପନ ଡିସ୍କ ଅଥବା ନେଟୱର୍କ ସହଭାଗ ସ୍ଥାନ ବିଷୟରେ ପଚାରିଥାଏ ଯେଉଁଠି ଭାଷା ସହାୟତା ଫାଇଲଗୁଡ଼ିକ ମିଳିବ। ୱିଣ୍ଡୋସ XP କମ୍ପାକ୍ଟ ଡିସ୍କ ଭର୍ତ୍ତି କରନ୍ତୁ ଅଥବା 

  1. ସଠିକ ନେଟୱର୍କ ଅବସ୍ଥାନ ପାଖକୁ ବ୍ରାଉଜ କରି ନିଅନ୍ତୁ, ଏବଂ ଠିକ ଅଛି କ୍ଲିକ କରନ୍ତୁ। ମାଇକ୍ରୋସଫ୍ଟ ୱିଣ୍ଡୋସ ଆବଶ୍ୟକୀୟ ଫାଇଲଗୁଡ଼ିକୁ ସ୍ଥାପନ କରିଥାଏ ଏବଂ ଆପଣଙ୍କୁ କମ୍ପୁଟର ପୁନଃଚାଳନ କରିବା ପାଇଁ କହିଥାଏ।
  2. କମ୍ପୁଟର ପୁନଃଚାଳନ କରିବା ପାଇଁ ହଁ କ୍ଲିକ କରନ୍ତୁ।
  3. ପୁନଃଚାଳନ କରିସାରିବା ପରେ, ନିୟନ୍ତ୍ରଣ ପ୍ୟାନେଲରେ ପୁଣିଥରେ ଅଞ୍ଚଳ ଏବଂ ଭାଷା ବିକଳ୍ପଗୁଡ଼ିକୁ ଖୋଲନ୍ତୁ।
  4. ଭାଷା ଟ୍ୟାବ ଉପରେ, ବିବରଣୀକୁ କ୍ଲିକ କରନ୍ତୁ। ଲେଖା ସର୍ଭିସ ଏବଂ ନିବେଶ ଭାଷା ୱିଣ୍ଡୋ ଦୃଶ୍ୟମାନ ହେବ। 

  1. ସେଟିଙ୍ଗ ଟ୍ୟାବ ଉପରେ, ଯୋଡ଼ନ୍ତୁକୁ କ୍ଲିକ କରନ୍ତୁ। ନିବେଶ ଭାଷା ଯୋଡ଼ନ୍ତୁ ୱିଣ୍ଡୋ ଦୃଶ୍ୟମାନ ହେବ। 

  1. ନିବେଶ ଭାଷା ପାଇଁ ଚାଇନିଜ (ତାଇୱାନ) ବାଛନ୍ତୁ ଏବଂ କିବୋର୍ଡ ବିନ୍ୟାସ/IME ପାଇଁ ମାଇକ୍ରୋସଫ୍ଟ ନୂଆ ଫୋନେଟିକ IME 2002a ବାଛନ୍ତୁ।
  2. ଠିକଅଛି କ୍ଲିକ କରନ୍ତୁ। ବର୍ତ୍ତମାନ ଆପଣ ସେହି ପ୍ରଣାଳୀରେ ଅନ୍ୟ ଭାଷା ଏବଂ IME ଗୁଡ଼ିକୁ ଯୋଡ଼ିପାରିବେ।
  3. ପୁଣିଥରେ ଯୋଡ଼ନ୍ତୁକୁ କ୍ଲିକ କରନ୍ତୁ, ନିବେଶ ଭାଷା ପାଇଁ ଚାଇନିଜ (PRC) ବାଛନ୍ତୁ ଏବଂ କିବୋର୍ଡ ବିନ୍ୟାସ/IME ପାଇଁ ଚାଇନିଜ (ସରଳୀକୃତ) - ମାଇକ୍ରୋସଫ୍ଟ ପିନାଇନ୍ IME 3.0 ବାଛନ୍ତୁ, ତାପରେ ଠିକଅଛି କ୍ଲିକ କରନ୍ତୁ।
  4. ପୁଣିଥରେ ଯୋଡ଼ନ୍ତୁକୁ କ୍ଲିକ କରନ୍ତୁ, ନିବେଶ ଭାଷା ପାଇଁ ଜାପାନିଜ ବାଛନ୍ତୁ ଏବଂ କିବୋର୍ଡ ବିନ୍ୟାସ/IME ପାଇଁ ମାଇକ୍ରୋସଫ୍ଟ IME ମାନ୍ୟତା 2002 ସଂସ୍କରଣ 8.1 କୁ ବାଛନ୍ତୁ, ତାପରେ ଠିକଅଛି କ୍ଲିକ କରନ୍ତୁ।
  5. ପୁଣିଥରେ ଯୋଡ଼ନ୍ତୁକୁ କ୍ଲିକ କରନ୍ତୁ, ନିବେଶ ଭାଷା ପାଇଁ କୋରିଆନ ବାଛନ୍ତୁ ଏବଂ କିବୋର୍ଡ ବିନ୍ୟାସ/IME ପାଇଁ କୋରିଆନ ନିବେଶ ତନ୍ତ୍ର (IME 2002) କୁ ବାଛନ୍ତୁ, ତାପରେ ଠିକଅଛି କ୍ଲିକ କରନ୍ତୁ। ଲେଖା ସର୍ଭିସ ଏବଂ ନିବେଶ ଭାଷା ୱିଣ୍ଡୋରେ, ସ୍ଥାପିତ ସର୍ଭିସ ତାଲିକା ବାକ୍ସ ବର୍ତ୍ତମାନ ଯୋଡ଼ାଯାଇଥିବା ଚାରୋଟି IME ଗୁଡ଼ିକୁ ଧାରଣ କରିଥିବା ଉଚିତ। 

  1. ଲେଖା ସର୍ଭିସ ଏବଂ ନିବେଶ ଭାଷା ୱିଣ୍ଡୋକୁ ବନ୍ଦ କରିବା ପାଇଁ ଠିକଅଛି କ୍ଲିକ କରନ୍ତୁ।
  2. ସ୍ଥାନ ଏବଂ ଭାଷା ବିକଳ୍ପ ନିୟନ୍ତ୍ରଣ ପ୍ୟାନେଲକୁ ବନ୍ଦ କରିବା ପାଇଁ ଠିକଅଛିକୁ କ୍ଲିକ କରନ୍ତୁ। ୱିଣ୍ଡୋସ କାର୍ଯ୍ୟପଟି ବର୍ତ୍ତମାନ ଲାଲି ବୃତ୍ତାକାର ସୂଚକ ଧାରଣ କରିଥିବା ଏକ ନିବେଶ ଭାଷା ସୂଚକକୁ ଧାରଣ କରିଥିବା ଉଚିତ। ସେହି ସୂଚକର ସ୍ଥାୟୀତ୍ତ୍ୱ ଦର୍ଶାଇଥାଏ ଯେ ଏହି ତନ୍ତ୍ରରେ ଗୋଟିଏରୁ ଅଧିକ ନିବେଶ ଭାଷା ସ୍ଥାପିତ ହୋଇଛି। 

ସରଳୀକୃତ ଚାଇନିଜ IME

ଏହି ବିଭାଗରେ ସରଳୀକୃତ ଚାଇନିଜ IME (PinYin) କୁ ମାଇକ୍ରୋସଫ୍ଟ ନୋଟପ୍ୟାଡରେ କିପରି କିଛି ଚାଇନିଜ ବର୍ଣ୍ଣମାଳା ଲେଖିବା ପାଇଁ ବ୍ୟବହାର କରିପାରିବେ ତାହା ବର୍ଣ୍ଣନା କରିଥାଏ।

  1. ନୋଟପ୍ୟାଡ ଆରମ୍ଭ କରନ୍ତୁ (ଆରମ୍ଭ ବଟନ ପାଖରେ ଉପଲବ୍ଧ, ତାପରେ ସମସ୍ତ ପ୍ରଗ୍ରାମ ଏବଂ ସହାୟକ ସାମଗ୍ରୀକୁ ବାଛନ୍ତୁ)। ନୋଟପ୍ୟାଡରେ କିଛି ଅକ୍ଷର ଲେଖନ୍ତୁ। ଏହି ଅକ୍ଷରଗୁଡ଼ିକୁ ଆପଣଙ୍କୁ ପରେ IME ୱିଣ୍ଡୋକୁ ଭଲ ଭାବରେ ଦେଖିବା ପାଇଁ ସହାୟତା କରିପାରିବେ। 

  1. ଏକ ସକ୍ରିୟ ଏପ୍ଲିକେସନ ଭାବରେ ନୋଟପ୍ୟାଡ ସହିତ, ନିବେଶ ଭାଷା ସୂଚକକୁ କ୍ଲିକ କରନ୍ତୁ ଏବଂ ଚାଇନିଜ (PRC) କୁ ବାଛନ୍ତୁ। ସେହି ସୂଚକ CH ରେ ହୋଇଥିବା ପରିବର୍ତ୍ତନଗୁଡ଼ିକୁ ଦର୍ଶାଇଥାଏ ଯାହା ଫଳସ୍ୱରୂପ ଦର୍ଶାଇଥାଏ ଯେ ନୂତନ ନିବେଶ ଭାଷାଟି ହେଉଛି ଚାଇନିଜ (PRC)। 

  1. ସୂଚକକୁ ନୋଟପ୍ୟାଡ ଉପରେ ରଖନ୍ତୁ। କିବୋର୍ଡରେ ଥିବା HOME କୁ ଦବାନ୍ତୁ ଯାହାଫଳରେ ସୂଚକଟି ଧାଡ଼ି ଆରମ୍ଭରେ ରହିବ। କିବୋର୍ଡ ଉପରେ "N" ଲେଖନ୍ତୁ, ତାପରେ "I" ଲେଖନ୍ତୁ। ନିମ୍ନଲିଖିତ ଚିତ୍ରଟି ସେହି ଆକାରକୁ ଦର୍ଶାଥାଏ। ଛୋଟ ଭୂସମାନ୍ତରାଳ ଚତୁର୍ଭୁଜଟି ହେଉଛି ପଢ଼ିବା ୱିଣ୍ଡୋ, ଯାହାକି ପ୍ରଚଳିତ ପଠନ ବାକ୍ୟଖଣ୍ଡକୁ ଦର୍ଶାଇଥାଏ। ବର୍ତ୍ତମାନ, "N" ଏବଂ "I" କୁ ଲେଖିବା ଫଳସ୍ନରୂପ ସେହି ପଠନ ବାକ୍ୟଖଣ୍ଡଟି ହେଉଛି "ni"। 

  1. "3" ଲେଖନ୍ତୁ। ବର୍ତ୍ତମାନ ନୋଟପ୍ୟାଡରେ ନିମ୍ନଲିଖିତ ପ୍ରଦର୍ଶନି ଅଛି। କାରଣ N+I+3 ହେଉଛି ସରଳୀକୃତ ଚାଇନିଜ ପିନାଇନରେ ସମ୍ପୂର୍ଣ୍ଣ ଉଚ୍ଚାରଣ, IME ପାଖରେ ସେହି ଅକ୍ଷରକୁ ଅନୁମାନ କରିବା ପାଇଁ ଯଥେଷ୍ଟ ସୂଚନା ଥାଏ ଯାହାକୁ ବ୍ୟବହାରକାରୀ ଲେଖିବା ପାଇଁ ଚାହୁଁଥିବେ। ପଠନ ୱିଣ୍ଡୋ ଅଦୃଶ୍ୟ ହୋଇଥାଏ କାରଣ ଆପଣ ସମ୍ପୂର୍ଣ୍ଣ ଉଚ୍ଚାରଣ ପ୍ରଦାନ କରିଛନ୍ତି। ନୋଟପ୍ୟାଡ ସୂଚକ ଉପରେ ଏକ ଅକ୍ଷର ଦର୍ଶାଯାଇଥାଏ। ଏହି ଅକ୍ଷରଟି ନୋଟପ୍ୟାଡର ଅଂଶ ନୁହଁ, କିନ୍ତୁ ଏହା ନୋଟପ୍ୟାଡ ଉପରେ ଅନ୍ୟ ଏକ ୱିଣ୍ଡୋରେ ଦୃଶ୍ୟମାନ ହୋଇଥାଏ ଏବଂ ନୋଟପ୍ୟାରେ ସ୍ଥିତ ଅକ୍ଷରଗୁଡ଼ିକୁ ଲୁଚାଇଥାଏ ଯାହାକି ତଳେ ଥାଏ। ଏହି ନୂଆ ୱିଣ୍ଡୋକୁ ସଂଯୋଜନ ୱିଣ୍ଡୋ କୁହାଯାଏ, ଏବଂ ତାହା ଭିତରେ ଥିବା ବାକ୍ୟଖଣ୍ଡକୁ ସଂଯୋଜନ ବାକ୍ୟଖଣ୍ଡ କୁହାଯାଏ। ସେହି ସଂଯୋଜନ ବାକ୍ୟକୁ ପ୍ରଦର୍ଶନିରେ ରେଖାଙ୍କିତ କରାଯାଇଥାଏ। 

  1. ବର୍ତ୍ତମାନ ଅନ୍ୟ ଏକ ଅକ୍ଷରକୁ ଲେଖିବା ପାଇଁ "H", "A", "O", "3" ଟାଇପ କରନ୍ତୁ। ମନେରଖନ୍ତୁ ପଠନ ୱିଣ୍ଡୋ "H" ଲେଖିବା ପରେ ଦୃଶ୍ୟମାନ ହେବ ଏବଂ "3" ଲେଖିବା ପରେ ଅଦୃଶ୍ୟ ହେବ। ତଳେ ଦର୍ଶାଯାଇଥିବା ପରି, ସେହି ସଂଯୋଜିତ ବାକ୍ୟଟି ବର୍ତ୍ତମାନ ଦୁଇଟି ଅକ୍ଷର ଧାରଣ କରିଥାଏ। 

  1. ବାମ ତୀରକୁ କିବୋର୍ଡ ଉପରେ ଥରେ ଦବାନ୍ତୁ। ସେହି ସଂଯୋଜିତ ସୂଚକ ଗୋଟିଏ ଅକ୍ଷର ବାମକୁ ଘୁଞ୍ଚିଥାଏ, ଆପଣ ଲେଖିଥିବା ଦ୍ୱିତୀୟ ଅକ୍ଷର ପାଖରେ।  ତଳେ ଦର୍ଶାଯାଇଥିବା ପରି ନୋଟପ୍ୟାଡ ଉପରେ ଏକ ୱିଣ୍ଡୋ ଦୃଶ୍ୟମାନ ହୋଇଥାଏ। ଏହି ୱିଣ୍ଡୋକୁ ସଦସ୍ୟ ୱିଣ୍ଡୋ କୁହାଯାଏ। ଏହା ଅକ୍ଷରମାଳାର ଏକ ତାଲିକା ଅଥବା ଆପଣ ଲେଖିଥିବା ଉଚ୍ଚାରଣ ସହିତ ମେଳଖାଉଥିବା ବାକ୍ୟଖଣ୍ଡକୁ ଦର୍ଶାଇଥାଏ। ସଦସ୍ୟ ତାଲିକାରେ ଥିବା ନିବେଶଗୁଡ଼ିକରୁ ଆପଣ ଆଶାକରୁଥିବା ଶବ୍ଦକୁ ବାଛିପାରିବେ। ଏହି ଉଦାହରଣରେ, ସମାନ ଉଚ୍ଚାରଣ ବିଶିଷ୍ଟ ଦୁଇଟି ସଦସ୍ୟ ଅକ୍ଷରମାଳା ଉପଲବ୍ଧ ହୋଇଥାଏ। 

  1. ଦ୍ୱିତୀୟ ନିବେଶଟିକୁ ବାଛିବା ପାଇଁ "2" ଟାଇପ କରନ୍ତୁ। ସଦସ୍ୟ ୱିଣ୍ଡୋ ବର୍ତ୍ତମାନ ବନ୍ଦ ହୋଇଥାଏ, ଏବଂ ବଚ୍ଛିତ ଅକ୍ଷର ସହିତ ସଂଯୋଜିତ ବାକ୍ୟଟି ଅଦ୍ୟତିତ ହୋଇଥାଏ। 

  1. ENTER ଦବାନ୍ତୁ। ଏହା IME କୁ କହିଥାଏ ଯେ ସଂଯୋଜନାଟି ସମ୍ପୂର୍ଣ୍ଣ ହୋଇଛି ଏବଂ ବାକ୍ୟଟିକୁ ଏପ୍ଲିକେସନ ପାଖକୁ ପଠାଯିବା ଉଚିତ - ଏହି ଉଦାହରଣରେ ନୋଟପ୍ୟାଡ୍। ସଂଯୋଜନା ୱିଣ୍ଡୋ ବନ୍ଦ ହୋଇଥାଏ, ଏବଂ ସେହି ଦୁଇଟି ଅକ୍ଷରକୁ  WM_CHAR ମାଧ୍ଯମରେ ନୋଟପ୍ୟାଡ ପାଖକୁ ପଠାଯାଇଥାଏ। ନିମ୍ନଲିଖିତ ଚିତ୍ରରେ ରେଖାଙ୍କନଟି ନଥାଏ କାରଣ ଦର୍ଶାଯାଇଥିବା ଦୁଇଟି ଅକ୍ଷର ହେଉଛି ନୋଟପ୍ୟାଡରେ ଥିବା ଲେଖାର ଅଂଶ। ନୋଟପ୍ୟାଡରେ ସ୍ଥିତବାନ ଲେଖା "ABCDEFG" କୁ ଡ଼ାହାଣକୁ ଘୁଞ୍ଚାଯାଇଥାଏ କାରଣ ଅନ୍ୟ ଦୁଇଟି ଅକ୍ଷରକୁ ଭର୍ତ୍ତି କରାଯାଇଛି। ଆପଣ ବର୍ତ୍ତମାନ ସଫଳତାର ସହିତ ଦୁଇଟି ସରଳୀକୃତ ଚାଇନିଜ ଅକ୍ଷରକୁ IME ବ୍ୟବହାର କରି ଭର୍ତ୍ତି କରିଛନ୍ତି। 

ପାରମ୍ପରିକ ଚାଇନିଜ IME

ଏହି ବିଭାଗରେ ପାରମ୍ପରିକ ଚାଇନିଜ IME (ନୂଆ ଫୋନେଟିକ) କୁ ନୋଟପ୍ୟାଡ ସହିତ କିପରି କିଛି ଚାଇନିଜ ବର୍ଣ୍ଣମାଳା ଲେଖିବା ପାଇଁ ବ୍ୟବହାର କରିପାରିବେ ତାହା ବର୍ଣ୍ଣନା କରିଥାଏ।

  1. ନୋଟପ୍ୟାଡ ଆରମ୍ଭ କରନ୍ତୁ। ନୋଟପ୍ୟାଡରେ କିଛି ଅକ୍ଷର ଲେଖନ୍ତୁ। ଏହି ଅକ୍ଷରଗୁଡ଼ିକୁ ଆପଣଙ୍କୁ ପରେ IME ୱିଣ୍ଡୋକୁ ଭଲ ଭାବରେ ଦେଖିବା ପାଇଁ ସହାୟତା କରିପାରିବେ। 

  1. ୱିଣ୍ଡୋସ ଟାସ୍କବାର ଉପରେ ନିବେଶ ଭାଷା ସୂଚକକୁ କ୍ଲିକ କରନ୍ତୁ, ଏବଂ ଚାଇନିଜ (ତାଇୱାନ) ବାଛନ୍ତୁ। ସେହି ସୂଚକ CH ରେ ହୋଇଥିବା ପରିବର୍ତ୍ତନଗୁଡ଼ିକୁ ଦର୍ଶାଇଥାଏ ଯାହା ଫଳସ୍ୱରୂପ ଦର୍ଶାଇଥାଏ ଯେ ନୂତନ ନିବେଶ ଭାଷାଟି ହେଉଛି ଚାଇନିଜ (ତାଇୱାନ)। 

  1. ସୂଚକକୁ ନୋଟପ୍ୟାଡ ଉପରେ ରଖନ୍ତୁ। କିବୋର୍ଡ ଉପରେ HOME ଦବାନ୍ତୁ ଯାହାଫଳରେ ସୂଚକଟି ଧାଡ଼ି ଆରମ୍ଭରେ ରହିବ। କିବୋର୍ଡରେ "S" ଲେଖନ୍ତୁ, ତାପରେ "U" ଲେଖନ୍ତୁ। ନିମ୍ନଲିଖିତ ଚିତ୍ରଟି ପ୍ରଦର୍ଶନୀର ଦୃଶ୍ୟ ଦେଖଇଥାଏ। ସେହି ଛୋଟ ଭୂଲମ୍ବ ଚତୁର୍ଭୁଜଟି ହେଉଛି ପଠନ ୱିଣ୍ଡୋ, ଯାହାକି ପ୍ରଚଳିତ ପଠନ ବାକ୍ୟକୁ ଦର୍ଶାଇଥାଏ। ନିମ୍ନଲିଖିତ ଚିତ୍ରରେ ଦର୍ଶାଯାଇଥିବା ପରି, "S" ଏବଂ "U" ଲେଖିବା ଫଳସ୍ୱରୂପ ସେହି ପଠନ ବାକ୍ୟରେ ଦୁଇଟି ଅକ୍ଷର ଥାଏ। 

  1. "3" ଲେଖନ୍ତୁ। ବର୍ତ୍ତମାନ ନୋଟପ୍ୟାଡରେ ନିମ୍ନଲିଖିତ ପ୍ରଦର୍ଶନି ଅଛି। କାରଣ S+U+3 ହେଉଛି ପାରମ୍ପରିକ ଚାଇନିଜରେ ସମ୍ପୂର୍ଣ୍ଣ ଉଚ୍ଚାରଣ, IME ପାଖରେ ସେହି ଅକ୍ଷରକୁ ଅନୁମାନ କରିବା ପାଇଁ ଯଥେଷ୍ଟ ସୂଚନା ଥାଏ ଯାହାକୁ ବ୍ୟବହାରକାରୀ ଲେଖିବା ପାଇଁ ଚାହୁଁଥିବେ। ପଠନ ୱିଣ୍ଡୋ ଅଦୃଶ୍ୟ ହୋଇଥାଏ କାରଣ ଆପଣ ସମ୍ପୂର୍ଣ୍ଣ ଉଚ୍ଚାରଣ ପ୍ରଦାନ କରିଛନ୍ତି। ନୋଟପ୍ୟାଡ ସୂଚକ ଉପରେ ଏକ ଅକ୍ଷର ଦର୍ଶାଯାଇଥାଏ। ଏହି ଅକ୍ଷରଟି ନୋଟପ୍ୟାଡର ଅଂଶ ନୁହଁ, କିନ୍ତୁ ଏହା ନୋଟପ୍ୟାଡ ଉପରେ ଅନ୍ୟ ଏକ ୱିଣ୍ଡୋରେ ଦୃଶ୍ୟମାନ ହୋଇଥାଏ ଏବଂ ନୋଟପ୍ୟାରେ ସ୍ଥିତ ଅକ୍ଷରଗୁଡ଼ିକୁ ଲୁଚାଇଥାଏ ଯାହାକି ତଳେ ଥାଏ। ଏହି ନୂଆ ୱିଣ୍ଡୋକୁ ସଂଯୋଜନ ୱିଣ୍ଡୋ କୁହାଯାଏ, ଏବଂ ତାହା ଭିତରେ ଥିବା ବାକ୍ୟଖଣ୍ଡକୁ ସଂଯୋଜନ ବାକ୍ୟଖଣ୍ଡ କୁହାଯାଏ। ସେହି ସଂଯୋଜନ ବାକ୍ୟକୁ ପ୍ରଦର୍ଶନିରେ ରେଖାଙ୍କିତ କରାଯାଇଥାଏ। 

  1. ବର୍ତ୍ତମାନ ଅନ୍ୟ ଏକ ଅକ୍ଷରକୁ ଲେଖିବା ପାଇଁ "C", "L", ଏବଂ "3" ଟାଇପ କରନ୍ତୁ। ମନେରଖନ୍ତୁ ପଠନ ୱିଣ୍ଡୋ "C" ଲେଖିବା ପରେ ଦୃଶ୍ୟମାନ ହେବ ଏବଂ "3" ଲେଖିବା ପରେ ଅଦୃଶ୍ୟ ହେବ। ତଳେ ଦର୍ଶାଯାଇଥିବା ପରି, ସେହି ସଂଯୋଜିତ ବାକ୍ୟଟି ବର୍ତ୍ତମାନ ଦୁଇଟି ଅକ୍ଷର ଧାରଣ କରିଥାଏ। 

  1. ତଳ ତୀରକୁ କିବୋର୍ଡ ଉପରେ ଥରେ ଦବାନ୍ତୁ। ତଳେ ଦର୍ଶାଯାଇଥିବା ପରି ନୋଟପ୍ୟାଡ ଉପରେ ଏକ ୱିଣ୍ଡୋ ଦୃଶ୍ୟମାନ ହୋଇଥାଏ। ଏହି ୱିଣ୍ଡୋକୁ ସଦସ୍ୟ ୱିଣ୍ଡୋ କୁହାଯାଏ। ଏହା ଅକ୍ଷରମାଳାର ଏକ ତାଲିକା ଅଥବା ଆପଣ ଲେଖିଥିବା ଉଚ୍ଚାରଣ ସହିତ ମେଳଖାଉଥିବା ବାକ୍ୟଖଣ୍ଡକୁ ଦର୍ଶାଇଥାଏ। ସଦସ୍ୟ ତାଲିକାରେ ଥିବା ନିବେଶଗୁଡ଼ିକରୁ ଆପଣ ଆଶାକରୁଥିବା ଶବ୍ଦକୁ ବାଛିପାରିବେ। ଏହି ଉଦାହରଣରେ, ସମାନ ଉଚ୍ଚାରଣ ବିଶିଷ୍ଟ ତିନୋଟି ସଦସ୍ୟ ଅକ୍ଷରମାଳା ଉପଲବ୍ଧ ହୋଇଥାଏ। 

  1. ଦ୍ୱିତୀୟ ନିବେଶଟିକୁ ବାଛିବା ପାଇଁ "2" ଟାଇପ କରନ୍ତୁ। ସଦସ୍ୟ ୱିଣ୍ଡୋ ବର୍ତ୍ତମାନ ବନ୍ଦ ହୋଇଥାଏ, ଏବଂ ବଚ୍ଛିତ ଅକ୍ଷର ସହିତ ସଂଯୋଜିତ ବାକ୍ୟଟି ଅଦ୍ୟତିତ ହୋଇଥାଏ। 

  1. ENTER ଦବାନ୍ତୁ। ଏହା IME କୁ କହିଥାଏ ଯେ ସଂଯୋଜନାଟି ସମ୍ପୂର୍ଣ୍ଣ ହୋଇଛି ଏବଂ ବାକ୍ୟଟିକୁ ଏପ୍ଲିକେସନ ପାଖକୁ ପଠାଯିବା ଉଚିତ - ଏହି ଉଦାହରଣରେ ନୋଟପ୍ୟାଡ୍। ସଂଯୋଜନା ୱିଣ୍ଡୋ ବନ୍ଦ ହୋଇଥାଏ, ଏବଂ ସେହି ଦୁଇଟି ଅକ୍ଷରକୁ  WM_CHAR ମାଧ୍ଯମରେ ନୋଟପ୍ୟାଡ ପାଖକୁ ପଠାଯାଇଥାଏ। ନିମ୍ନଲିଖିତ ଚିତ୍ରରେ ରେଖାଙ୍କନଟି ନଥାଏ କାରଣ ଦର୍ଶାଯାଇଥିବା ଦୁଇଟି ଅକ୍ଷର ହେଉଛି ନୋଟପ୍ୟାଡରେ ଥିବା ଲେଖାର ଅଂଶ। ନୋଟପ୍ୟାଡରେ ସ୍ଥିତବାନ ଲେଖା "ABCDEFG" କୁ ଡ଼ାହାଣକୁ ଘୁଞ୍ଚାଯାଇଥାଏ କାରଣ ଅନ୍ୟ ଦୁଇଟି ଅକ୍ଷରକୁ ଭର୍ତ୍ତି କରାଯାଇଛି। ଆପଣ ବର୍ତ୍ତମାନ ସଫଳତାର ସହିତ ଦୁଇଟି ପାରମ୍ପରିକ ଚାଇନିଜ ଅକ୍ଷରକୁ IME ବ୍ୟବହାର କରି ଭର୍ତ୍ତି କରିଛନ୍ତି। 

ଜାପାନିଜ IME

ଏହି ବିଭାଗଟି ହେଉଛି କିଛି ଜାପାନିଜ ବର୍ଣ୍ଣମାଳା ଲେଖିବା ପାଇଁ ଜାପାନିଜ IME କୁ ନୋଟପ୍ୟାଡ ସହିତ ବ୍ୟବହାର କରିବାର ଏକ ଅଭ୍ୟାସମୂଳକ ପ୍ରୟାସ।

  1. ନୋଟପ୍ୟାଡ ଆରମ୍ଭ କରନ୍ତୁ। ନୋଟପ୍ୟାଡରେ କିଛି ଅକ୍ଷର ଲେଖନ୍ତୁ। ଏହି ଅକ୍ଷରଗୁଡ଼ିକୁ ଆପଣଙ୍କୁ ପରେ IME ୱିଣ୍ଡୋକୁ ଭଲ ଭାବରେ ଦେଖିବା ପାଇଁ ସହାୟତା କରିପାରିବେ। 

  1. ଏକ ସକ୍ରିୟ ଏପ୍ଲିକେସନ ଭାବରେ ନୋଟପ୍ୟାଡ ସହିତ, ନିବେଶ ଭାଷା ସୂଚକକୁ କ୍ଲିକ କରନ୍ତୁ ଏବଂ ଜାପାନିଜକୁ ବାଛନ୍ତୁ। ସେହି ସୂଚକ JP ରେ ହୋଇଥିବା ପରିବର୍ତ୍ତନଗୁଡ଼ିକୁ ଦର୍ଶାଇଥାଏ ଯାହା ଫଳସ୍ୱରୂପ ଦର୍ଶାଇଥାଏ ଯେ ନୂତନ ନିବେଶ ଭାଷାଟି ହେଉଛି ଜାପାନିଜ। 

  1. ନୋଟପ୍ୟାଡରେ ସୂଚକକୁ ରଖନ୍ତୁ। କିବୋର୍ଡ ଉପରେ HOME ଦବାନ୍ତୁ ଯାହାଫଳରେ ସୂଚକଟି ଧାଡ଼ି ଆରମ୍ଭରେ ରହିବ। କିବୋର୍ଡ ଉପରେ "N" ଲେଖନ୍ତୁ, ତାପରେ "I" ଲେଖନ୍ତୁ। ନିମ୍ନଲିଖିତ ଚିତ୍ରରେ ସେହି ପ୍ରଦର୍ଶନୀର ଦୃଶ୍ୟ ଦେଖାଯାଇଥାଏ। କାରଣ N+I ହେଉଛି ଜାପାନିଜ ଭାଷାରେ ସମ୍ପୂର୍ଣ୍ଣ ଉଚ୍ଚାରଣ, IME ପାଖରେ ସେହି ଅକ୍ଷରକୁ ଅନୁମାନ କରିବା ପାଇଁ ଯଥେଷ୍ଟ ସୂଚନା ଥାଏ ଯାହାକୁ ବ୍ୟବହାରକାରୀ ଲେଖିବା ପାଇଁ ଚାହୁଁଥିବେ। ନୋଟପ୍ୟାଡ ସୂଚକ ଉପରେ ଏକ ଅକ୍ଷର ଦର୍ଶାଯାଇଥାଏ। ଏହି ଅକ୍ଷରଟି ନୋଟପ୍ୟାଡର ଅଂଶ ନୁହଁ, କିନ୍ତୁ ଏହା ନୋଟପ୍ୟାଡ ଉପରେ ଅନ୍ୟ ଏକ ୱିଣ୍ଡୋରେ ଦୃଶ୍ୟମାନ ହୋଇଥାଏ ଏବଂ ନୋଟପ୍ୟାରେ ସ୍ଥିତ ଅକ୍ଷରଗୁଡ଼ିକୁ ଲୁଚାଇଥାଏ ଯାହାକି ତଳେ ଥାଏ। ଏହି ନୂଆ ୱିଣ୍ଡୋକୁ ସଂଯୋଜନ ୱିଣ୍ଡୋ କୁହାଯାଏ, ଏବଂ ତାହା ଭିତରେ ଥିବା ବାକ୍ୟଖଣ୍ଡକୁ ସଂଯୋଜନ ବାକ୍ୟଖଣ୍ଡ କୁହାଯାଏ। ସେହି ସଂଯୋଜନ ବାକ୍ୟକୁ ପ୍ରଦର୍ଶନିରେ ରେଖାଙ୍କିତ କରାଯାଇଥାଏ। 

  1. ଦୁଇଟି ଅତିରିକ୍ତ ଅକ୍ଷର ଭର୍ତ୍ତି କରିବା ପାଇଁ ବର୍ତ୍ତମାନ "H", "O", "N", "G", ଏବଂ "O" ଟାଇପ କରନ୍ତୁ। ଏହି ସଂଯୋଜିତ ବାକ୍ୟରେ ବର୍ତ୍ତମାନ ଚାରୋଟି ଅକ୍ଷର ଅଛି, ତଳେ ଦର୍ଶାଯାଇଥିବା ପରି। 

  1. ସ୍ପେସବାରକୁ ଦବାନ୍ତୁ। ଏହା ଭର୍ତ୍ତି କରାଯାଇଥିବା ଲେଖାକୁ ଉପବାକ୍ୟରେ ପରିଣତ କରିବା ପାଇଁ IME କୁ ନିର୍ଦ୍ଦେଶ ଦେଇଥାଏ। ତଳେ ଦିଆଯାଇଥିବା ଚିତ୍ରରେ, IME "Nihongo" ର ଉଚ୍ଚାରଣକୁ କାଞ୍ଜି ଭାଷାରେ ଲିଖିତ ଉପବାକ୍ୟରେ ପରିଣତ କରିଥାଏ ଯାହାର ଅର୍ଥ ହେଉଛି "ଜାପାନିଜ ଭାଷା।" 

  1. ତଳ ତୀରକୁ କିବୋର୍ଡ ଉପରେ ଥରେ ଦବାନ୍ତୁ। ତଳେ ଦର୍ଶାଯାଇଥିବା ପରି ନୋଟପ୍ୟାଡ ଉପରେ ଏକ ୱିଣ୍ଡୋ ଦୃଶ୍ୟମାନ ହୋଇଥାଏ। ଏହି ୱିଣ୍ଡୋକୁ ସଦସ୍ୟ ୱିଣ୍ଡୋ କୁହାଯାଏ। ଏହା ଉପବାକ୍ୟଗୁଡ଼ିକର ଏକ ତାଲିକା ଅଥବା ଆପଣ ଲେଖିଥିବା ଉଚ୍ଚାରଣ ସହିତ ମେଳଖାଉଥିବା ବାକ୍ୟଖଣ୍ଡକୁ ଦର୍ଶାଇଥାଏ। ସଦସ୍ୟ ତାଲିକାରେ ଥିବା ନିବେଶଗୁଡ଼ିକରୁ ଆପଣ ଆଶାକରୁଥିବା ଶବ୍ଦକୁ ବାଛିପାରିବେ। ଏହି ଉଦାହରଣରେ, ସମାନ ଉଚ୍ଚାରଣ ବିଶିଷ୍ଟ ତିନୋଟି ସଦସ୍ୟ ଅକ୍ଷରମାଳା ଉପଲବ୍ଧ ହୋଇଥାଏ। ମନେରଖନ୍ତୁ ଯେ ଦ୍ୱିତୀୟ ନିବେଶକୁ ଆଲୋକିତ କରାଯାଇଥାଏ, ଏବଂ ସଂଯୋଜିତ ବାକ୍ୟଟି ପରିବର୍ତ୍ତିତ ହୋଇଥାଏ। ତଳ ତୀରକୁ ଲେଖିବା ଫଳରେ ଏହା ହୋଇଥାଏ, ଯାହାକି ପୂର୍ବରୁ ଦର୍ଶାଯାଇଥିବା ନିବେଶ ପରେଥିବା ନିବେଶକୁ ବାଛିବା ପାଇଁ IME କୁ କହିଥାଏ। 

  1. ଦ୍ୱିତୀୟ ନିବେଶଟିକୁ ବାଛିବା ପାଇଁ "2" ଟାଇପ କରନ୍ତୁ। ସଦସ୍ୟ ୱିଣ୍ଡୋ ବର୍ତ୍ତମାନ ବନ୍ଦ ହୋଇଥାଏ, ଏବଂ ବଚ୍ଛିତ ଅକ୍ଷର ସହିତ ସଂଯୋଜିତ ବାକ୍ୟଟି ଅଦ୍ୟତିତ ହୋଇଥାଏ। 

  1. ENTER ଦବାନ୍ତୁ। ଏହା IME କୁ କହିଥାଏ ଯେ ସଂଯୋଜନାଟି ସମ୍ପୂର୍ଣ୍ଣ ହୋଇଛି ଏବଂ ବାକ୍ୟଟିକୁ ଏପ୍ଲିକେସନ ପାଖକୁ ପଠାଯିବା ଉଚିତ - ଏହି ଉଦାହରଣରେ ନୋଟପ୍ୟାଡ୍। ସଂଯୋଜନା ୱିଣ୍ଡୋ ବନ୍ଦ ହୋଇଥାଏ, ଏବଂ ସେହି ଦୁଇଟି ଅକ୍ଷରକୁ  WM_CHAR ମାଧ୍ଯମରେ ନୋଟପ୍ୟାଡ ପାଖକୁ ପଠାଯାଇଥାଏ। ନିମ୍ନଲିଖିତ ଚିତ୍ରରେ ରେଖାଙ୍କନଟି ନଥାଏ କାରଣ ଦର୍ଶାଯାଇଥିବା ଦୁଇଟି ଅକ୍ଷର ହେଉଛି ନୋଟପ୍ୟାଡରେ ଥିବା ଲେଖାର ଅଂଶ। ନୋଟପ୍ୟାଡରେ ସ୍ଥିତବାନ ଲେଖା "ABCDEFG" କୁ ଡ଼ାହାଣକୁ ଘୁଞ୍ଚାଯାଇଥାଏ କାରଣ ଅନ୍ୟ ଦୁଇଟି ଅକ୍ଷରକୁ ଭର୍ତ୍ତି କରାଯାଇଛି। ଆପଣ ବର୍ତ୍ତମାନ ସଫଳତାର ସହିତ କିଛି ଜାପାନିଜ ଅକ୍ଷରକୁ IME ବ୍ୟବହାର କରି ଭର୍ତ୍ତି କରିଛନ୍ତି।

କୋରିଆନ IME

ଏହି ବିଭାଗରେ କୋରିଆନ IME କୁ ନୋଟପ୍ୟାଡ ସହିତ କିପରି କିଛି କୋରିଆନ ବର୍ଣ୍ଣମାଳା ଲେଖିବା ପାଇଁ ବ୍ୟବହାର କରିପାରିବେ ତାହା ବର୍ଣ୍ଣନା କରିଥାଏ।

  1. ନୋଟପ୍ୟାଡ ଆରମ୍ଭ କରନ୍ତୁ। ନୋଟପ୍ୟାଡରେ କିଛି ଅକ୍ଷର ଲେଖନ୍ତୁ। ଏହି ଅକ୍ଷରଗୁଡ଼ିକୁ ଆପଣଙ୍କୁ ପରେ IME ୱିଣ୍ଡୋକୁ ଭଲ ଭାବରେ ଦେଖିବା ପାଇଁ ସହାୟତା କରିପାରିବେ।
Characters that help to visualize the IME window better later
  1. ଏକ ସକ୍ରିୟ ଏପ୍ଲିକେସନ ଭାବରେ ନୋଟପ୍ୟାଡ ସହିତ, ନିବେଶ ଭାଷା ସୂଚକକୁ କ୍ଲିକ କରନ୍ତୁ ଏବଂ କୋରିଆନକୁ ବାଛନ୍ତୁ। ସେହି ସୂଚକ KO ରେ ହୋଇଥିବା ପରିବର୍ତ୍ତନଗୁଡ଼ିକୁ ଦର୍ଶାଇଥାଏ ଯାହା ଫଳସ୍ୱରୂପ ଦର୍ଶାଇଥାଏ ଯେ ନୂତନ ନିବେଶ ଭାଷାଟି ହେଉଛି କୋରିଆନ। 

  1. ସୂଚକକୁ ନୋଟପ୍ୟାଡ ଉପରେ ରଖନ୍ତୁ। କିବୋର୍ଡରେ ଥିବା HOME କୁ ଦବାନ୍ତୁ ଯାହାଫଳରେ ସୂଚକଟି ଧାଡ଼ି ଆରମ୍ଭରେ ରହିବ ତାପରେ "G" ଲେଖନ୍ତୁ। ନିମ୍ନଲିଖିତ ଚିତ୍ରଟି ସେହି ଆକାରକୁ ଦର୍ଶାଥାଏ। "G" ସହିତ ସମ୍ପୃକ୍ତ ଫୋନେଟିକ ଉପାଦାନଟି ନୋଟପ୍ୟାଡ ଉପରେ ଦୃଶ୍ୟମାନ ହୋଇଥାଏ ଏବଂ ଏକ ବ୍ଲକ ସୂଚକ ସହିତ ଆଲୋକିତ ହୋଇଥାଏ। ଏହି ଆଲୋକିତ ଅକ୍ଷରକୁ ସଂଯୋଜନ ବାକ୍ୟ କୁହାଯାଏ। ମନେରଖନ୍ତୁ ଯେ ଅନ୍ୟାନ୍ୟ ଭାଷା ପାଇଁ ଥିବା IME ପରି, ଏହି ସଂଯୋଜିତ ବାକ୍ୟକୁ ନୋଟପ୍ୟାଡକୁ ପଠାଯାଇଥାଏ ଏବଂ ବ୍ୟବହାରକାରୀ କୌଣସି ଫୋନେଟିକ ଉପାଦାନ ଲେଖିବା ମାତ୍ରେ ସ୍ଥିତବାନ ଲେଖାର ବାମ ପାଖରେ ଏହାକୁ ଭର୍ତ୍ତି କରାଯାଇଥାଏ। 

  1. ଏହି ସମୟରେ, ସେହି ସଂଯୋଜିତ ବାକ୍ୟଖଣ୍ଡ ଏକ ମଧ୍ଯବର୍ତ୍ତୀ ଅକ୍ଷରକୁ ଧାରଣ କରିଥାଏ କାରଣ ବ୍ୟବହାରକାରୀଙ୍କ ଦ୍ୱାରା ଉର୍ତ୍ତିକରାଯାଇଥିବା କୌଣସି ଅତିରିକ୍ତ ଫୋନେଟିକ ଉପାଦାନ ବାକ୍ୟର ସଂଯୋଜନାକୁ ପରିବର୍ତ୍ତନ କରିଥାଏ। ବର୍ତ୍ତମାନ "K" ଲେଖନ୍ତୁ, ତାପରେ "S" ଲେଖନ୍ତୁ। ମନେରଖନ୍ତୁ ଯେ ମଧ୍ଯବର୍ତ୍ତୀ ଅକ୍ଷରଟି ପ୍ରତ୍ୟେକ କି ଷ୍ଟ୍ରୋକ ସହିତ ପରିବର୍ତ୍ତନ ହୋଇଥାଏ। 

  1. ବର୍ତ୍ତମାନ ଡ଼ାହାଣ CTRL କି କୁ ଦବାନ୍ତୁ। ଏକ ସଦସ୍ୟ ୱିଣ୍ଡୋ ଦୃଶ୍ୟମାନ ହେବ ଯାହାକି ହାଞ୍ଜା ଅକ୍ଷରଗୁଡ଼ିକୁ ତାଲିକାଭୁକ୍ତ କରିଥାଏ ଯାହାକୁ ଆପଣ ଭର୍ତ୍ତି ହୋଇଥିବା ଉଚ୍ଚାରଣ ପାଇଁ ବାଛିପାରିବେ, G+K+S. 

  1. ତାଲିକାରେ ଥିବା ପ୍ରଥମ ନିବେଶଟିକୁ ବାଛିବା ପାଇଁ ଅଙ୍କ "1" ଟାଇପ କରନ୍ତୁ। ସଦସ୍ୟ ୱିଣ୍ଡୋ ବର୍ତ୍ତମାନ ବନ୍ଦ ହୋଇଥାଏ, ଏବଂ ବଚ୍ଛିତ ଅକ୍ଷର ସହିତ ସଂଯୋଜିତ ବାକ୍ୟଟି ଅଦ୍ୟତିତ ହୋଇଥାଏ। 

  1. "R", "N", ଏବଂ "R" ଟାଇପ କରନ୍ତୁ। ତାପରେ ଅନ୍ୟ ଏକ ଅକ୍ଷର ଲେଖିବା ପାଇଁ ଡ଼ାହାଣ CTRL କି କୁ ଦବାନ୍ତୁ। 

  1. ପ୍ରଥମ ନିବେଶଟିକୁ ବାଛିବା ପାଇଁ "1" ଟାଇପ କରନ୍ତୁ। ଆପଣ ବର୍ତ୍ତମାନ IME ବ୍ୟବହାର କରି ସଫଳତାର ସହିତ ଦୁଇଟି କୋରିଆନ ଅକ୍ଷର ଲେଖିସାରିଛନ୍ତି। ସେହି କୋରିଆନ ଅକ୍ଷରଗୁଡ଼ିକ ପୂର୍ବରୁ ନୋଟପ୍ୟାଡରେ ଥିବା ବାକ୍ୟଖଣ୍ଡର ଅଂଶ ଅଟେ। 

ଆବଶ୍ୟକତା

ପ୍ରଚଳାନ ତନ୍ତ୍ର ୱିଣ୍ଡୋସ XP
ଉପଲବ୍ଧ ହାର୍ଡ ଡିସ୍କ ସ୍ଥାନ ଅତିକମରେ 230 MB
ବିଦେଶି ଭାଷା ଫାଇଲ ଅବସ୍ଥାନ ୱିଣ୍ଡୋସ XP ସ୍ଥାପନ କମ୍ପାକ୍ଟ ଡିସ୍କ ଅଥବା XP ସ୍ଥାପନ ଫାଇଲ ଥିବା ନେଟୱର୍କ ଅବସ୍ଥିତି
ସମୟ ବିଦେଶି ଭାଷା ଫାଇଲଗୁଡ଼ିକୁ ସ୍ଥାପନ କରିବା ପାଇଁ ପାଖାପାଖି ଦଶ ମିନିଟ ଅଛି; ଚାରୋଟି ଭିନ୍ନ IME କୁ ସମୀକ୍ଷା କରିବାକୁ ପ୍ରତ୍ୟେକ ପାଇଁ ପାଖାପାଖି ଦଶ ମିନିଟ।

​ 


​​​​​​​​​​​​​​
This site uses Unicode and Open Type fonts for Indic Languages. Powered by Microsoft SharePoint 2013.
©2016 Microsoft Corporation. All rights reserved.